• RGICL is in its 7th Successful year of execution of PMFBY.
  • Technological breakthrough needed for Effective Crop Insurance - CEO, PMFBY.
  • Govt uses Artificial Intelligence to boost Farming.
  • Our Kharif 2020 - Rabi 2020-21, Kharif 2021 - Rabi 2021-22, Kharif 2022 - Rabi 2022-23 implementing footprint are in Assam, Haryana, Madhya Pradesh, Maharashtra, Odisha, Rajasthan, Tamil Nadu, Andhra Pradesh, Jammu & Kashmir
  • More than 15.83 million farmers application covered in Kharif 2020, 2021 & Rabi 2020-21
  • Follow us on Twitter @RelianceGenIn
ପ୍ରସ୍ତାବନା
ଭାରତରେ ଅନ୍ୟ ସମସ୍ତ କ୍ଷେତ୍ର ଏକତ୍ର ଭାବରେ ଯେତିକି କରନ୍ତି, ତା ତୁଳନାରେ କୃଷି ଅଧିକ ଲୋକଙ୍କୁ ଜୀବିକା ଯୋଗାଇଥାଏ । ଅନିଶ୍ଚିତ ପାଣିପାଗ, ବୃହତ ବର୍ଷାସିଞ୍ଚିତ ଅଞ୍ଚଳ, ଅନିଷ୍ଟକାରୀ କୀଟ ଏବଂ ରୋଗ ଘଟଣା ହେତୁ କୃଷି ଉତ୍ପାଦନରେ ଅତ୍ୟଧିକ ଅସ୍ଥିରତା ପରିଲକ୍ଷିତ ହୁଏ । ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଏହିପରି ଅନେକ ଅପ୍ରତ୍ୟାଶିତ ଫସଲ କ୍ଷତିରୁ କୃଷକ ମାନଙ୍କୁ ବ୍ୟାପକ ବୀମା କଭରେଜ ପ୍ରଦାନ କରିଥାଏ ।
    • ଯେ କୌଣସି ସୂଚିତ ଫସଲର ବିଫଳତା କ୍ଷେତ୍ରରେ ଚାଷୀଙ୍କୁ ବୀମା କଭରେଜ ଏବଂ ଆର୍ଥିକ ସହାୟତା ଯୋଗାଇବା ।
    • କୃଷକଙ୍କ ନିରନ୍ତର ଚାଷକାର୍ଯ୍ୟ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଆୟକୁ ସ୍ଥିରତା ପ୍ରଦାନ କରିବା ।
    • କୃଷକମାନଙ୍କୁ ଅଭିନବ ତଥା ଆଧୁନିକ କୃଷି ପଦ୍ଧତିକୁ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ।
    • କୃଷି କ୍ଷେତ୍ରରେ ଋଣର ପ୍ରବାହକୁ ସୁନିଶ୍ଚିତ କରିବା ।
    • ୟୁନିଫର୍ମ ପ୍ରିମିୟମ: କୃଷକମାନଙ୍କୁ ସମସ୍ତ ଖରିଫ ଫସଲ ପାଇଁ ବୀମାଭୁକ୍ତ ରାଶି ଉପରେ ପ୍ରିମିୟମ ଭାବରେ ସର୍ବାଧିକ କେବଳ 2% ଏବଂ ସମସ୍ତ ରବି ଫସଲ ପାଇଁ ସର୍ବାଧିକ କେବଳ 1.5% ଦେବାକୁ ପଡିବ । ବାର୍ଷିକ ଅମଳ ଦେଉଥିବା ବାଣିଜ୍ୟିକ ଏବଂ ଉଦ୍ୟାନ କୃଷି ଫସଲ କ୍ଷେତ୍ରରେ ସର୍ବାଧିକ 5% ପ୍ରିମିୟମ ଦେୟଯୋଗ୍ୟ ଅଟେ ।
    • କମ ପ୍ରିମିୟମ୍ ଏବଂ ଅଧିକ କଭରେଜ : ପ୍ରିମିୟମରେ କୃଷକଙ୍କ ଭାଗ ବହୁତ କମ ଏବଂ ଅବଶିଷ୍ଟ ପ୍ରିମିୟମ ସରକାର ପ୍ରଦାନ କରିବେ । କୃଷକମାନଙ୍କୁ ନିର୍ଦ୍ଦିଷ୍ଟ ଫସଲ କ୍ଷତି ପାଇଁ ସମ୍ପୂର୍ଣ୍ଣ ବୀମାଭୁକ୍ତ ରାଶିର କଭରେଜ ଉପଲବ୍ଧ ।
    • ଟେକ୍ନୋଲୋଜିର ଉଲ୍ଲେଖନୀୟ ବ୍ୟବହାର: କ୍ଳେମ ପେମେଣ୍ଟରେ ବିଳମ୍ବକୁ ହ୍ରାସ କରିବା ପାଇଁ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ମୋବାଇଲ୍ ଟେକ୍ନୋଲୋଜି, ସାଟେଲାଇଟ ଡାଟାକୁ ବ୍ୟବହାର କରୁଥିବା ରିମୋଟ ସେନ୍ସିଂ ଟେକ୍ନୋଲୋଜି, ଡ୍ରୋନ୍ ଏବଂ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରୁଥିବା ଏରିଏଲ ଷ୍ଟଡି ସବୁକୁ, ଫସଲ କ୍ଷତି ଆକଳନକୁ ତ୍ୱରାନ୍ୱିତ କରିବା ପାଇଁ ଡାଟାକୁ କ୍ୟାପଚର ଏବଂ ଅପ-ଲୋଡ କରିବା ପାଇଁ ବ୍ୟବହାର କରାଯିବ ।
    • ଭାରତ ସରକାରଙ୍କ ଜାତୀୟ ଫସଲ ବୀମା ପୋର୍ଟାଲ: ଏକାଧିକ ଷ୍ଟେକହୋଲ୍ଡରଙ୍କ ପାଖରେ ସୂଚନା ଉପଲବ୍ଧ କରେଇବା ତଥା କୃଷକମାନଙ୍କ ପାଇଁ ଫସଲ ବୀମା ସେବା ଉପଲବ୍ଧ କରେଇବା ପାଇଁ କ୍ଷେତ୍ର, ଫସଲ, ଯୋଜନା ବିଷୟରେ ବିଜ୍ଞପ୍ତି ଉପରେ ସମ୍ପୂର୍ଣ୍ଣ ଡିଜିଟାଲ ସୂଚନା -https://www.pmfby.gov.in
    • କାର୍ଯ୍ୟନିର୍ବାହୀ ସଂସ୍ଥା (ଆଇଏ): ଲାଭାର୍ଥୀଙ୍କ ନାମାଙ୍କନ, ସଚେତନତା ଜାଗରଣ ଏବଂ ଋତୁ ଏବଂ କ୍ଲଷ୍ଟର (ଜିଲ୍ଲାଗୁଡ଼ିକର ମିଶ୍ରଣ) ପାଇଁ କ୍ଳେମ ସର୍ଭିସିଂ ସେବା କେବଳ ଗୋଟିଏ ବୀମା କମ୍ପାନୀ ଦ୍ୱାରା ପରିଚାଳିତ ହୋଇଥାଏ ।
    • ପୂର୍ବ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟସ ଗୁଡ଼ିକୁ ଦେଖିବା ପାଇଁ ଦୟାକରିଏଠାରେ କ୍ଲିକ କରନ୍ତୁ ।  
କଭରେଜ ବା ବୀମାକୃତ ରାଶି
ସୂଚୀତ ଅଞ୍ଚଳରେ ସୂଚୀତ ଫସଲ ବଢାଉଉଥିବା ଭାଗୁଆଳୀ ଏବଂ ଭଡ଼ାଟିଆ କୃଷକଙ୍କ ସମେତ ସମସ୍ତ କୃଷକ କଭରେଜ ପାଇବା ପାଇଁ ଯୋଗ୍ୟ ଅଟନ୍ତି ।
ଏକକ କୃଷକଙ୍କ ପାଇଁ ବୀମା ରାଶି, ହେକ୍ଟର ପିଛା ଆର୍ଥିକ ପରିମାଣ (ଅର୍ଥର ମାପ) କିମ୍ବା ଧାରଣାଯୁକ୍ତ ହାରାହାରି ମୂଲ୍ୟ (ନୋସନାଲ ଆଭରେଜ ଅମଳ {NAY} x ସର୍ବନିମ୍ନ ବିକ୍ରୟ ମୂଲ୍ୟ {MSP} / ଫାର୍ମ ଗେଟ୍ ମୂଲ୍ୟ) ସହିତ ସମାନ ଅଟେ ଯାହା ବୀମା ପାଇଁ କୃଷକ ଦ୍ଵାରା ପ୍ରସ୍ତାବିତ ସୂଚିତ ଫସଲ କ୍ଷେତ୍ର ଦ୍ଵାରା ଗୁଣନ କରାଯାଇଥାଏ, ଯେଉଁଠି କି ଚାଷ ଜମି ସର୍ବଦା ହେକ୍ଟରରେ ପ୍ରକାଶ ପାଇଥାଏ ।
ସ୍ଥାନୀୟ ବିପର୍ଯ୍ୟୟ
ସୂଚୀତ ଅଞ୍ଚଳରେ ବିଚ୍ଛିନ୍ନ ଚାଷଜମି ଉପରେ ବଜ୍ରପାତ, କୁଆପଥର ମାଡ, ଭୂସ୍ଖଳନ, ବୁଡ଼ିଯିବା, ମେଘ ଫାଟିଯିବା ଏବଂ ପ୍ରାକୃତିକ ଅଗ୍ନିକାଣ୍ଡ ଘଟିବା ହେତୁ ଚିହ୍ନିତ ବୀମାଭୁକ୍ତ ଫସଲର କ୍ଷତି / ନଷ୍ଟ ।
ବନ୍ୟ ଜନ୍ତୁଙ୍କ ଦ୍ଵାରା ଆକ୍ରମଣ ହେତୁ ଫସଲ କ୍ଷତି
ବନ୍ୟଜନ୍ତୁଙ୍କ ଆକ୍ରମଣ ହେତୁ ଫସଲ କ୍ଷତି ଯେଉଁ କ୍ଷେତ୍ରରେ ବିପଦ ଆଶଙ୍କା କରାଯାଏ ଏବଂ ଚିହ୍ନଟ ଯୋଗ୍ୟ ଅଟେ । କୃଷକମାନଙ୍କ ପାଇଁ ଆଡ-ଅନ କଭରେଜ ଇଚ୍ଛାଧୀନ ହେବ ଏବଂ ଚାଷୀ ପ୍ରଯୁଜ୍ୟ ନୋସିଆଲ ପ୍ରିମିୟମ ବହନ କରିବେ ।
ଯୁଦ୍ଧ ଏବଂ ଆଣବିକ ବିପଦ, ଦ୍ଵେଷ-ପରାୟଣ କ୍ଷତି ଏବଂ ଅନ୍ୟାନ୍ୟ ପ୍ରତିରୋଧକ ବିପଦରୁ ଉତ୍ପନ୍ନ କ୍ଷତିଗୁଡିକ ଏଥିରୁ ବାଦ ଦିଆଯିବ ।
ସୂଚୀତ / ବୀମାକୃତ ଫସଲ ପାଇଁ କୃଷକମାନଙ୍କର ବୀମାଯୋଗ୍ୟ ଆଗ୍ରହ ରହିବା ଉଚିତ ।
ଅର୍ଥର ମାତ୍ରା ରାଜ୍ୟ ସରକାରଙ୍କ ଅଧିସୂଚନା କିମ୍ବା /ଏବଂ ଜାତୀୟ ଫସଲ ବୀମା ପୋର୍ଟାଲରେ ମଧ୍ୟ ବ୍ୟାଖ୍ୟା କରାଯାଇଛି ।
ଏହି ଯୋଜନା ସେଇ ସମସ୍ତ କୃଷକମାନଙ୍କ ପାଇଁ ଇଚ୍ଛାଧୀନ ଅଟେ, ଯେଉଁମାନଙ୍କୁ ନିର୍ଦ୍ଦିଷ୍ଟ ଆର୍ଥିକ ପ୍ରତିଷ୍ଠାନ (FIs) ଠାରୁ ସୂଚିତ ଫସଲ ପାଇଁ ସ୍ୱଳ୍ପକାଳୀନ ଋତୁକାଳୀନ କୃଷି ଅପରେସନ୍ (SAO) ଋଣ / କିସାନ୍ କ୍ରେଡିଟ୍ କାର୍ଡ (KCC) ମଞ୍ଜୁର କରା ଯାଇଛି ।
ଏହି ଯୋଜନାରୁ ବାଦ ପଡ଼ିବାକୁ ଚାହୁଁଥିବା ବିଦ୍ୟମାନ ଋଣୀ କୃଷକ, ବର୍ଷର ଯେ କୌଣସି ସମୟରେ ଋଣ ମଞ୍ଜୁରୀ ପ୍ରଦାନ କରୁଥିବା ବ୍ୟାଙ୍କ ଶାଖାକୁ ଯାଇ ଆବଶ୍ୟକ ଘୋଷଣାପତ୍ର ଦାଖଲ କରିପାରନ୍ତି କିନ୍ତୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ ଅନୁଯାୟୀ କୃଷକଙ୍କ ନାମାଙ୍କନ, ସମ୍ପୃକ୍ତ ଋତୁ ପାଇଁ କଟ୍ ଅଫ୍ ତାରିଖର ଅତି କମରେ ସାତ ଦିନ ପୂର୍ବରୁ ହୋଇଥିବା ଆବଶ୍ୟକ ।
ଫସଲ ଯୋଜନାରେ ଯେ କୌଣସି ପରିବର୍ତ୍ତନକୁ ଉପରୋକ୍ତ ପଏଣ୍ଟରେ ଉଲ୍ଲେଖ କରାଯାଇଥିବା କଟ୍ ଅଫ୍ ତାରିଖର ଅତି କମରେ 2 ଦିନ ପୂର୍ବରୁ ବ୍ୟାଙ୍କର ଦୃଷ୍ଟିଗୋଚରକୁ ଆଣିବା ଉଚିତ ।
ବୀମା ପ୍ରସ୍ତାବ ଗୁଡ଼ିକୁ, କ୍ରପ ଇନସ୍ୟୁରାନ୍ସ ଉପରେ ରାଜ୍ୟ ସ୍ତରୀୟ ସମନ୍ୱୟ କମିଟି (SLCCCI) ଦ୍ୱାରା ଘୋଷିତ କଟ-ଅଫ ତାରିଖ ପର୍ଯ୍ୟନ୍ତ ହିଁ ଗ୍ରହଣ କରାଯାଇ ଥାଏ ।
ବ୍ୟାଙ୍କ / ସାଧାରଣ ସେବା କେନ୍ଦ୍ର / ଜାତୀୟ କୃଷି ପୋର୍ଟାଲ କିମ୍ବା ବୀମା କମ୍ପାନୀର ସ୍ଵୀକୃତିପ୍ରାପ୍ତ ମଧ୍ୟସ୍ଥି ମାଧ୍ୟମରେ ବିନା ଋଣଗ୍ରସ୍ତ କୃଷକମାନେ ବୀମା କିଣି ପାରିବେ ।
ମୌଳିକ ବୀମାକୃତ ରାଶି
ଏକ କ୍ଷେତ୍ର-ଆଧାରିତ ଦୃଷ୍ଟିକୋଣକୁ ବିଚାରକୁ ନେଇ ଅନାବୃଷ୍ଟି, ଶୁଷ୍କତା, ବନ୍ୟା, ଜଳ ନିଷ୍କାସନ, ବ୍ୟାପକ କୀଟ ଏବଂ ରୋଗ ଆକ୍ରମଣ, ଭୂସ୍ଖଳନ, ବଜ୍ରପାତ କାରଣରୁ ସୃଷ୍ଟ ପ୍ରାକୃତିକ ଅଗ୍ନିକାଣ୍ଡ, ପ୍ରଚଣ୍ଡ ଝଡ଼, କୁଆପଥର ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ପରି ଅଣ ପ୍ରତିରୋଧଯୋଗ୍ୟ ବିପଦ କାରଣରୁ ଜମିସ୍ଥିତ ଫସଲର (ବୁଣିବା ଠାରୁ ଅମଳ ହେବା ପର୍ଯ୍ୟନ୍ତ) ଅମଳ ନଷ୍ଟ ହେବାର ଆଶଙ୍କାକୁ ଏହା ଦୂର କରିଥାଏ ।
ଆଡ୍-ଅନ୍ କଭରେଜ୍
ଅନିବାର୍ଯ୍ୟ ମୌଳିକ କଭର ବ୍ୟତୀତ, ନିମ୍ନୋକ୍ତ ଆଡ୍-ଅନ୍ କଭରଗୁଡିକୁ ଫସଲର ନିମ୍ନଲିଖିତ ପର୍ଯ୍ୟାୟ ଏବଂ ଫସଲ ନଷ୍ଟ ହେବାର ବିପଦକୁ କଭର କରିବା ପାଇଁ ରାଜ୍ୟରେ ନିର୍ଦ୍ଦିଷ୍ଟ ଫସଲ / କ୍ଷେତ୍ରର ଆବଶ୍ୟକତା ଉପରେ ଆଧାର କରି ଚୟନ କରାଯାଇପାରେ |
ରୋକା ଯାଇଥିବା ବୁଣିବା / ରୋପଣ / ଅଙ୍କୁରିତ ପ୍ରକ୍ରିୟା ବିପଦ
ବର୍ଷାର ଅଭାବ କିମ୍ବା ପ୍ରତିକୂଳ ଋତୁ / ଜଳବାୟୁ ପରିସ୍ଥିତି ହେତୁ ବୀମାଭୁକ୍ତ ସ୍ଥାନରେ ବୁଣିବା /ରୋପଣ/ ଅଙ୍କୁରିତ କାର୍ଯ୍ୟ ବାରଣ କରାଯାଇଥାଏ ।
ମିଡ-ସିଜନ ପ୍ରତିକୂଳତା
ଫସଲ ଋତୁରେ ପ୍ରତିକୂଳ ଋତୁକାଳୀନ ପରିସ୍ଥିତିରେ କ୍ଷତି ଯଥା ବନ୍ୟା, ଦୀର୍ଘସ୍ଥାୟୀ ଶୁଷ୍କ ବାତାବରଣ ଏବଂ ଭୟଙ୍କର ମରୁଡ଼ି ଇତ୍ୟାଦି, ଯେଉଁଠାରେ ଋତୁରେ ପ୍ରତ୍ୟାଶିତ ଅମଳ ସାଧାରଣ-ଅମଳର 50% ରୁ କମ୍ ହେବାର ସମ୍ଭାବନା ଥାଏ । ଏପରି ବିପଦ ଘଟିବା କ୍ଷେତ୍ରରେ ବୀମାଭୁକ୍ତ କୃଷକମାନଙ୍କୁ ତୁରନ୍ତ ଆରାମ ପ୍ରଦାନ କରିଥାଏ ।
ଅମଳ ପରବର୍ତ୍ତୀ କ୍ଷତି
ନିର୍ଦ୍ଦିଷ୍ଟ ବିପଦ ଯଥା କୁଆପଥର, ଘୂର୍ଣ୍ଣିବଳୟ, ବାତ୍ୟା ବର୍ଷା ଏବଂ ଅଣ-ଋତୁ ଭିତ୍ତିକ ବର୍ଷାସ୍ଥିତିର ବିପକ୍ଷରେ ଅମଳ ପରେ, ସେହି ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଶୁଖେଇବା ଆବଶ୍ୟକ ଥିବା, କଟା ଏବଂ ବିସ୍ତାର / ଛୋଟ ବଣ୍ଡଲ୍ ଅବସ୍ଥାରେ ଥିବା ଫସଲଗୁଡିକ ଉପରେ ଅମଳ ପରଠାରୁ ସର୍ବାଧିକ ଦୁଇ ସପ୍ତାହ ପର୍ଯ୍ୟନ୍ତ କଭରେଜ ଉପଲବ୍ଧ ।
ସ୍ଥାନୀୟ ବିପର୍ଯ୍ୟୟ ପାଇଁ ଲୋକସାନ / କ୍ଷୟକ୍ଷତି ଏବଂ ଅମଳ ପରବର୍ତ୍ତୀ କ୍ଷତି, ବ୍ୟକ୍ତିଗତ ବୀମାକୃତ ଚାଷ ସ୍ତରରେ ମୂଲ୍ୟାଙ୍କନ କରାଯିବ, ତେଣୁ କୃଷକ / ନିର୍ଦ୍ଦିଷ୍ଟ ଏଜେନ୍ସିଗୁଡିକ ଦ୍ଵାରା 72 ଘଣ୍ଟା ମଧ୍ୟରେ କ୍ଷତିର ସୂଚନା ଜଣେଇବା ଜରୁରୀ ଅଟେ । ଅବଶିଷ୍ଟ ବିପଦ ଗୁଡ଼ିକ ନିମନ୍ତେ, ବ୍ୟାପକ ବିପର୍ଯ୍ୟୟ ହେତୁ କ୍ଷତି ହୋଇଥାଏ, ତେଣୁ ଏହିପରି ବ୍ୟାପକ-ବିସ୍ତାରିତ ବିପର୍ଯ୍ୟୟ କ୍ଷେତ୍ରରେ ବୀମାଭୁକ୍ତ କୃଷକ / ନିର୍ଦ୍ଧିଷ୍ଟ ଏଜେନ୍ସି ଗୁଡିକ ଦ୍ଵାରା ଦାବିର ସୂଚନା ଦାଖଲ କରିବା ଜରୁରୀ ନୁହେଁ ।
ସବିଶେଷ ବିବରଣୀ ଯଥା ସର୍ଭେ ନମ୍ବର, ବୀମାଭୁକ୍ତ ଫସଲ ଏବଂ ପ୍ରଭାବିତ କ୍ଷେତ୍ରର ବିବରଣୀ, ଆବେଦନ ନମ୍ବର, ନ୍ୟୁଜ ପେପର କଟିଙ୍ଗ ଏବଂ କ୍ଷତି ପ୍ରମାଣ କରିବାକୁ ଅନ୍ୟାନ୍ୟ ଉପଲବ୍ଧ ପ୍ରମାଣ, ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଆଯିବ ।
ନାମାଙ୍କନ
    • ବୀମା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସ୍ଥିର ହୋଇଥିବା ନିର୍ଦ୍ଧାରିତ ସମୟସୀମା ଭିତରେ ହୋଇଥିବା ନାମାଙ୍କନ କେବଳ ବିଚାରକୁ ନିଆଯିବ ।
    • କେବଳ ରାଜ୍ୟ ସରକାରଙ୍କ ଦ୍ଵାରା ସୂଚିତ ଫସଲ ଗୁଡ଼ିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ।
    • ବୀମାଭୁକ୍ତ ରାଶି, SLBC / ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ଫାଇନାନ୍ସ ସ୍କେଲ ଉପରେ ଆଧାର କରି ଗଣନା କରା ଯାଇଛି ।
    • ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଏବଂ ବୀମାଭୁକ୍ତ ରାଶି , ପ୍ରିମିୟମର କୃଷକ ଭାଗ ଜାଣିବା ପାଇଁ ବୀମା ପ୍ରିମିୟମ କାଲକୁଲେଟର ଚୟନ କରନ୍ତୁ ।
ପ୍ରିମିୟମ ଦର
ଋତୁ ଫସଲ କୃଷକଙ୍କ ଦ୍ଵାରା ଦେୟ ପ୍ରିମିୟମ (ବୀମା ରାଶିର % )
ଖରିଫ ସମସ୍ତ ଖାଦ୍ୟ ଶସ୍ୟ ଏବଂ ତୈଳ ବୀଜ ଫସଲ SI ର 2.0 % କିମ୍ବା ବୀମାଙ୍କିତ (ଆକଚୁରିୟାଲ) ଦର, ଯେଉଁଟି କମ ହେବ
ରବି ସମସ୍ତ ଖାଦ୍ୟ ଶସ୍ୟ ଏବଂ ତୈଳ ବୀଜ ଫସଲ SI ର 1.5 % କିମ୍ବା ବୀମାଙ୍କିତ (ଆକଚୁରିୟାଲ) ଦର, ଯେଉଁଟି କମ ହେବ
ଖରିଫ ଏବଂ ରବି ବାର୍ଷିକ ଭାବରେ ବାଣିଜ୍ୟିକ/ଉଦ୍ୟାନ-କୃଷି ଫସଲ SI ର 1.5 % କିମ୍ବା ବୀମାଙ୍କିତ(ଆକଚୁରିୟାଲ) ଦର, ଯେଉଁଟି କମ ହେବ
* କେବଳ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୂଚିତ ଫସଲ ପାଇଁ | ବୀମାଙ୍କିତ (ଆକଚୁରିୟାଲ) ପ୍ରିମିୟମ ହାର ଏବଂ କୃଷକମାନଙ୍କ ଦ୍ଵାରା ଦେୟ ସର୍ବାଧିକ ପ୍ରିମିୟମ୍ ମଧ୍ୟରେ ରହୁଥିବା ପାର୍ଥକ୍ୟ ରାଶି ଉପରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସମାନ ଅନୁପାତରେ ସବସିଡି ପ୍ରଦାନ କରିବେ । ଆମର ପ୍ରିମିୟମ ଜାଣିବା ପାଇଁ ଏବଂ ପ୍ରିମିୟମ୍ କାଲକୁଲେଟର ଚୟନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
ପ୍ରକ୍ରିୟା
ଅଣ-ଋଣୀ କୃଷକ

ଅଣ-ଋଣୀ କୃଷକମାନେ ନିମ୍ନରେ ଦିଆଯାଇଥିବା ଯେ କୌଣସି ଚ୍ୟାନେଲଗୁଡିକ ମାଧ୍ୟମରେ ନାମାଙ୍କନ କରିପାରିବେ ।

  • ଅଣ-ଋଣୀ କୃଷକମାନେ ରାଜ୍ୟରେ ପ୍ରଚଳିତ ଜମି ରେକର୍ଡସର ଡକ୍ୟୁମେଣ୍ଟାରୀ ପ୍ରମାଣ (ରେକର୍ଡସ୍ ଅଫ୍ ରାଇଟ୍ (RoR)), ଜମି ଅଧିକାର ସାର୍ଟିଫିକେଟ୍ (LPC ଇତ୍ୟାଦି) ର ଆବଶ୍ୟକୀୟ ଦସ୍ତାବିଜ ସାକ୍ଷ୍ୟ ଏବଂ / କିମ୍ବା ପ୍ରଯୁଜ୍ୟ ଚୁକ୍ତି / ଚୁକ୍ତିନାମା ବିବରଣୀ / ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ଦାଖଲ କରିବା ଆବଶ୍ୟକ ।
  • ଭାଗୁଆଳୀ ଚାଷୀ /ଭଡ଼ାରେ କାମ କରୁଥିବା କୃଷକମାନଙ୍କ କ୍ଷେତ୍ରରେ ମଧ୍ୟ ସମ୍ପୃକ୍ତ ରାଜ୍ୟଗୁଡିକ ଦ୍ୱାରା ବିଜ୍ଞପ୍ତିରେ ସେହି ସମାନ ବ୍ୟାଖ୍ୟା କରାଯିବା ଉଚିତ ।
ଋଣୀ କୃଷକ
  • ଆଇସି ଦ୍ଵାରା ବ୍ୟାଙ୍କ / ବିତ୍ତୀୟ ସଂସ୍ଥାନ ମାଧ୍ୟମରେ ଯୋଗ୍ୟ ଋଣୀ କୃଷକଙ୍କ କଭରେଜ କରାଯିବା ଉଚିତ । ଡକ୍ୟୁମେଣ୍ଟଗୁଡିକୁ ବ୍ୟାଙ୍କରେ ଦାଖଲ କରିବା ଆବଶ୍ୟକ । ନାମାଙ୍କନ କେବଳ ଆପଣଙ୍କ ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ହୋଇଥାଏ ।
  • ଏହି ଯୋଜନା କୃଷକମାନଙ୍କ ସମେତ ସେଇ ସମସ୍ତ କୃଷକଙ୍କ ପାଇଁ ଇଚ୍ଛାଧୀନ ଅଟେ, ଯେଉଁମାନଙ୍କୁ ପରିଭାଷିତ ବିତ୍ତୀୟ ସଂସ୍ଥାନ (ଏଫଆଇ) ରୁ ସୂଚିତ ଫସଲ ପାଇଁ ସ୍ୱଳ୍ପକାଳୀନ ମୌସୁମୀ କୃଷି ପରିଚାଳନ (SAO) ଋଣ / କିସାନ୍ କ୍ରେଡିଟ୍ କାର୍ଡ (କେସିସି) ମଞ୍ଜୁର କରିଛନ୍ତି । (ପରବର୍ତ୍ତୀ ସମୟରେ ଋଣୀ କୃଷକ ଭାବରେ ରେଫର କରାଯିବ) ।
ନାମାଙ୍କନ ଚ୍ୟାନେଲ
  • ବ୍ୟାଙ୍କ
    ଯୋଜନାରେ ନାମାଙ୍କନ ପାଇଁ ଦୟାକରି ନିଜର ନିକଟସ୍ଥ ଶାଖା ବାବଦରେ ଜାଣିବା ପାଇଁ କ୍ଲିକ କରନ୍ତୁ
    ଋଣୀ / ଅଣ-ଋଣୀ
  • ସିଏସସି
    ଯୋଜନାରେ ନାମାଙ୍କନ ପାଇଁ ଦୟାକରି ନିଜର ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (ସିଏସସି) ବାବଦରେ ଜାଣିବା ପାଇଁ କ୍ଲିକ କରନ୍ତୁ
    ଅଣ-ଋଣୀ
  • ସିଧା
    ଅନ ଲାଇନ ନାମାଙ୍କନ ପାଇଁ ସିଧା ପିଏମଏଫବି ୱାଇ ୱେବସାଇଟ ଯାଇ କ୍ଲିକ କରନ୍ତୁ
    ଅଣ-ଋଣୀ
  • ଭାରତ ପୋଷ୍ଟ
    ଏହି ଯୋଜନାରେ ନାମ ଲେଖାଇବାକୁ ଦୟାକରି ଆପଣଙ୍କର ନିକଟତମ ଡାକଘର ସହିତ ଯୋଗାଯୋଗ କରନ୍ତୁ |
    ଅଣ-ଋଣୀ
ଦାବି ପ୍ରକ୍ରିୟା
ସ୍ୱଳ୍ପ ଅମଳ ଭିତ୍ତିକ ଦାବି
    • ରାଜ୍ୟ ସରକାର ପ୍ରତ୍ୟେକ ସୂଚିତ ବୀମା ୟୁନିଟରେ ଆବଶ୍ୟକ ସଂଖ୍ୟକ ଫସଲ କଟା ପ୍ରୟୋଗ ବା କ୍ରପ କଟିଂ ଏକ୍ସପେରିମେଣ୍ଟ (CCEs) ପରିଚାଳନା କରନ୍ତି ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅମଳ ତଥ୍ୟ ବୀମା କମ୍ପାନୀ ସହିତ ଶେୟାର କରାଯିବ । ଏହି ତଥ୍ୟ ଉପରେ ଆଧାର କରି ଦାବି ଗଣନା କରାଯାଇଥାଏ ।
    • ଥ୍ରେସହୋଲ୍ଡ ଅମଳ (TY) ହେଉଛି ସେଇ ବେଞ୍ଚମାର୍କ ଅମଳ ଯେଉଁଥିରେ ପ୍ରତ୍ୟେକ ବୀମା ୟୁନିଟରେ ସମସ୍ତ ବୀମାଭୁକ୍ତ କୃଷକଙ୍କୁ ବୀମା ସୁରକ୍ଷା ପ୍ରଦାନ କରାଯିବ ।
    • ସୂଚିତ ଫସଲର ଥ୍ରେସହୋଲ୍ଡ ଅମଳ (TY) = ସେହି ଋତୁର ଗତ ସାତ ବର୍ଷ ମଧ୍ୟରେ ଶ୍ରେଷ୍ଠ ପାଞ୍ଚଟିର ଐତିହାସିକ ହାରାହାରି ଅମଳ x ସୂଚିତ ଫସଲର କ୍ଷତିପୂରଣ ସ୍ତର ।
    • ସ୍ୱଳ୍ପ ଅମଳ ଭିତ୍ତିକ ଦାବି = (ଥ୍ରେସହୋଲ୍ଡ ଅମଳ- ବାସ୍ତବିକ ଅମଳ ) / ଥ୍ରେସହୋଲ୍ଡ ଅମଳ X ବୀମାଭୁକ୍ତ ରାଶି ।
ପ୍ରତିରୋଧିତ ବୁଣିବା/ରୋପଣ/ଅଙ୍କୁରୋଦଗମ ବିପଦ
    • ରାଜ୍ୟ ସରକାର ଦ୍ଵାରା ରୋକାଯାଇଥିବା ବିହନ ବୁଣିବା / ବୃକ୍ଷ ରୋପଣର ଅବସ୍ଥା ଯୁକ୍ତ ଆନୁମାନିକ କ୍ଷେତ୍ରରେ ବୀମା ୟୁନିଟର ଶତକଡ଼ାରେ ଏକ ସୂଚିତ ବୀମା ୟୁନିଟର ଘୋଷଣା କଡ଼ା ଯିବ । ବୁଣିବା / ବୃକ୍ଷରୋପଣ / ଅଙ୍କୁରିତ ବିପଦ, ବିହନ ବୁଣିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ୍ୟ ହେବ, ଯାହା ବିହନ ବୁଣିବା ଆରମ୍ଭରୁ 30 ଦିନ ପର୍ଯ୍ୟନ୍ତ କିନ୍ତୁ ନାମାଙ୍କନ ପାଇଁ କଟ ଅଫ ତାରିଖ ଠାରୁ 15 ଦିନ ବିଳମ୍ବ ହେବ ନାହିଁ ।
    • ବୃଷ୍ଟିପାତ ତଥ୍ୟ କିମ୍ବା ଅନ୍ୟାନ୍ୟ ପାଣିପାଗ ତଥ୍ୟ, ସାଟେଲାଇଟ୍ ଚିତ୍ର ଏବଂ ରିମୋଟ ସେନ୍ସିଂ ଇଣ୍ଡେକ୍ସ, ଫସଲ ସ୍ଥିତି ଏବଂ ବୁଣାଯାଇଥିବା କ୍ଷେତ୍ରର ତଥ୍ୟ ଇତ୍ୟାଦି ଉପରେ ରିପୋର୍ଟଗୁଡିକ ପ୍ରକ୍ସି ସୂଚକ ଭାବରେ ଉପଯୋଗ କରାଯିବ ।
    • ଏହି କଭର ଅନ୍ତର୍ଗତ ଦିଆଯାଇଥିବା ଦାବି ବୀମା ରାଶିର 25% ହେବ ଏବଂ ତା ପରେ ବୀମା କଭର ସମାପ୍ତ ହୋଇଯିବ ।
ବିହନ ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ସ୍ଥାୟୀ ଫସଲର କ୍ଷତି
    • ଫସଲ ଋତୁରେ ପ୍ରତିକୂଳ ଋତୁକାଳୀନ ଅବସ୍ଥା ଯଥା ବନ୍ୟା, ଦୀର୍ଘ ଦିନର ଶୁଷ୍କ ଅବଧି , ଭୟଙ୍କର ମରୁଡ଼ି ଇତ୍ୟାଦି ହେତୁ ହେଉଥିବା କ୍ଷତିକୁ କଭର କରାଯାଏ ।
    • ଋତୁରେ ଆଶା କରାଯାଉଥିବା ଅମଳ ସାଧାରଣ ଅମଳର 50% ରୁ କମ୍ହେବାର ସମ୍ଭାବନା ଅଛି ।
    • ସର୍ବାଧିକ ପ୍ରଦାନ କରାଯାଇଥିବା ଦାବି ସମ୍ଭାବ୍ୟ ଦାବିର 25% ହେବ, ଯାହା ଫସଲ କାଟିବା ପରୀକ୍ଷଣ ମାଧ୍ୟମରେ ଆସିଥିବା ଅମଳର ଆକଳନ ତଥ୍ୟ ଉପରେ ଆଧାର କରି ଅନ୍ତିମ ଦାବିଗୁଡିକ ନିମିତ୍ତ ସମାୟୋଜନର ଅଧୀନରେ ।
ଅମଳ ପରବର୍ତ୍ତୀ କ୍ଷତି
    • ବୀମିତ ଚାଷୀଙ୍କ ଦ୍ଵାରା 72 ଘଣ୍ଟା ମଧ୍ୟରେ ବୀମା କମ୍ପାନୀ, ସଂପୃକ୍ତ ବ୍ୟାଙ୍କ, ସ୍ଥାନୀୟ କୃଷି ବିଭାଗ, ସରକାରୀ/ ଜିଲ୍ଲା ଅଧିକାରୀଙ୍କୁ କିମ୍ବା ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ସୂଚନା ଦେବାକୁ ପଡ଼ିବ ।
    • କୁଆପଥର ମାଡ, ଘୂର୍ଣ୍ଣିବଳୟ, ସାଇକ୍ଲୋନିକ୍ ବର୍ଷା ଏବଂ ଅଣ-ଋତୁ ବର୍ଷା ପରିସ୍ଥିତିରେ ଫସଲର ପ୍ରକୃତି ଉପରେ ନିର୍ଭର କରି 'କଟା ଯାଇଥିବା ଏବଂ ବିସ୍ତାର କରାଯାଇଥିବା ' / କ୍ଷୁଦ୍ର ବଣ୍ଡଲରେ ଅମଳରୁ ସର୍ବାଧିକ ଦୁଇ ସପ୍ତାହ (14 ଦିନ) ପର୍ଯ୍ୟନ୍ତ ଶୁଖିବା ପାଇଁ ରଖା ଯାଇଥିବା ଫସଲର କ୍ଷତି ହୋଇଥାଏ । ସେଇ କ୍ଷେତ୍ରରେ ଫସଲର ପ୍ରକୃତି ଉପରେ ଆଧାର କରି କ୍ଷତିର ଆକଳନର ପ୍ରାବଧାନ କରାଯାଇଛି ।
ସ୍ଥାନୀୟ ବିପର୍ଯ୍ୟୟ ହେତୁ କ୍ଷତି
    • ବୀମିତ ଚାଷୀଙ୍କ ଦ୍ଵାରା 72 ଘଣ୍ଟା ମଧ୍ୟରେ ବୀମା କମ୍ପାନୀ, ସଂପୃକ୍ତ ବ୍ୟାଙ୍କ, ସ୍ଥାନୀୟ କୃଷି ବିଭାଗ, ସରକାରୀ/ ଜିଲ୍ଲା ଅଧିକାରୀଙ୍କୁ କିମ୍ବା ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ସୂଚନା ଦେବାକୁ ପଡ଼ିବ ।
    • ବୃଷ୍ଟିପାତ ତଥ୍ୟ / କୁଆପଥର / ଭୂସ୍ଖଳନ / ବଜ୍ରପାତ (ପ୍ରାକୃତିକ ଅଗ୍ନିକାଣ୍ଡ) ଘଟଣା ସମ୍ବନ୍ଧରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ତଥା ଗଣମାଧ୍ୟମ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ଦ୍ୱାରା ସମର୍ଥିତ କୃଷି / ରାଜସ୍ୱ ବିଭାଗର ରିପୋର୍ଟର ପ୍ରକ୍ସି, ସୂଚକ ଭାବରେ ବ୍ୟବହୃତ ହେବ । ଦାବି
ଦାବି ସୂଚନା ଦେବା
    ନିମ୍ନଲିଖିତ ଭିତରୁ ଯେ କୌଣସି ମାଧ୍ୟମ ଦ୍ଵାରା ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷତି ବିଷୟରେ ସୂଚନା ଦିଆଯିବା ଉଚିତ ।
    • ଟୋଲ୍ ଫ୍ରି ନମ୍ବର 1800 102 4088 ରେ ଆମକୁ କଲ କରନ୍ତୁ |
    • ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ ଆମର ପ୍ରତିନିଧୀଙ୍କୁ ଡିଏଓ କାର୍ଯ୍ୟାଳୟ ଦ୍ୱାରା ସୂଚିତ କରାଯିବ ।
    • ଆପଣଙ୍କର ସମ୍ପୃକ୍ତ ବ୍ୟାଙ୍କକୁ ଯାଆନ୍ତୁ ।
    ଏଠାରେ କ୍ଲିକ କରି ଦାବିର ସବିଶେଷ ବିବରଣୀ ଦେଖିପାରିବେ ।
ସାଧାରଣ ଜିଜ୍ଞାସା
  • Q1 
    ବୀମା କ’ଣ?

    ବୀମା ହେଉଛି ଏକ ସାଧନ ଯାହା ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟକୁ ଅପ୍ରତ୍ୟାଶିତ କ୍ଷତି ଘଟଣାରେ କ୍ଷତିପୂରଣ ଦେବାରେ ସାହାଯ୍ୟ କରେ ଯାହାକି ଅନ୍ୟଥା ଆର୍ଥିକ ବିପର୍ଯ୍ୟୟର କାରଣ ହୋଇପାରେ । ଏହା ଏକ ଏମିତି ପ୍ରକ୍ରିୟା ଯେଉଁଠାରେ, ଅଳ୍ପ କେତେଜଣଙ୍କ କ୍ଷତିକୁ ଅନେକଙ୍କ ଅବଦାନ ଦ୍ୱାରା ବଣ୍ଟନ କରାଯାଇଥାଏ ।

  • Q2 
    ଫସଲ ବୀମା କ’ଣ?

    ଅନିଶ୍ଚିତତା କାରଣରୁ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ କ୍ଷତିରୁ ରକ୍ଷା କରିବାର ଏକ ମାଧ୍ୟମ ହେଉଛି ଫସଲ ବୀମା, ଯାହା ଫସଲ ବିଫଳତା/ ନାମିତ କିମ୍ବା ସେମାନଙ୍କ ନିୟନ୍ତ୍ରଣ ବାହାରେ ଥିବା ସମସ୍ତ ଅପ୍ରତ୍ୟାଶିତ ବିପଦରୁ ଉତ୍ପନ୍ନ ହୋଇପାରେ ।

  • Q3 
    ପିଏମଏଫବିୱାଇ କ’ଣ?

    ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ହେଉଛି ଭାରତର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ଯୋଜନା, ଯାହାର ଉଦ୍ଦେଶ୍ୟ ପ୍ରକୃତିର ଅପ୍ରତ୍ୟାଶିତ ତଥା ପ୍ରତିକୂଳ ସ୍ଥିତି କାରଣରୁ ହେବାକୁ ଥିବା କ୍ଷତିରୁ ଚାଷୀ ପରିବାରବର୍ଗଙ୍କୁ ସହାୟତା ଯୋଗାଇବା ।

  • Q4 
    ବୀମିତ ରାଶି / କଭରେଜ୍ ସୀମା କ’ଣ?

    ଉଭୟ ଋଣୀ ଅଣ-ଋଣୀ ଚାଷୀଙ୍କ ପାଇଁ ହେକ୍ଟର ପିଛା ବୀମିତ ରାଶି ସେଇଆ ହେବ ଯାହା ଜିଲ୍ଲା ସ୍ତରୀୟ ବୈଷୟିକ କମିଟି ଦ୍ଵାରା କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଫାଇନାନ୍ସ ସ୍କେଲ ସହିତ ସମାନ ହେବ ଏବଂ SLCCCI ଦ୍ଵାରା ଏହା ପୂର୍ବରୁ ଘୋଷଣା ଏବଂ ସୂଚିତ କରାଯିବ ।
    ଏକକ କୃଷକଙ୍କ ପାଇଁ ବୀମା ରାଶି ହେକ୍ଟର ପିଛା ଫାଇନାନ୍ସ କିମ୍ବା କଳ୍ପିତ ହାରାହାରି ମୂଲ୍ୟ (ନୋଏସନାଲ ହାରାହାରି ଅମଳ {NAY} x ସର୍ବନିମ୍ନ ବିକ୍ରୟ ମୂଲ୍ୟ {MSP} / ଫାର୍ମ ଗେଟ ମୂଲ୍ୟ) ସହିତ ସମାନ ହେବ । ଯାହା ଦ୍ଵାରା ବୀମା ପାଇଁ କୃଷକ ଦ୍ଵାରା ପ୍ରସ୍ତାବିତ ସୂଚିତ ଫସଲର ଚାଷ କ୍ଷେତ୍ର ଦ୍ଵାରା ଗୁଣନ କରାଯିବ, ଯେଉଁଠାରେକି ଚାଷ ଜମି ସର୍ବଦା ହେକ୍ଟରରେ ପ୍ରକାଶ ପାଇବ ।
    ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କିମ୍ବା / ଏବଂ ଜାତୀୟ ଫସଲ ବୀମା ପୋର୍ଟାଲରେ ଅର୍ଥର ମାତ୍ରା ମଧ୍ୟ ବ୍ୟାଖ୍ୟା କରାଯାଇଛି |
    ଜଳସେଚିତ ଏବଂ ଜଳ-ଅସେଚିତ ଅଞ୍ଚଳ ପାଇଁ ବୀମାଭୁକ୍ତ ରାଶି ଅଲଗା ହୋଇପାରେ ।

  • Q5 
    ପିଏମଏଫବିୱାଇ ବିଷୟରେ ଅଧିକ ବିବରଣୀ ମୁଁ କେଉଁଠାରୁ ପାଇବି?

    ବିସ୍ତୃତ କଭରେଜ, ଏକ୍ସକ୍ଲୁଜନ ଏବଂ କାର୍ଯ୍ୟକ୍ଷମ ମୋଡାଲିଟି ପାଇଁ ଦୟାକରି ଭାରତ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର ଅପରେସନ ଗାଇଡଲାଇନ ପଢନ୍ତୁ ।
    ପୂର୍ବ ଅପରେସନ ଗାଇଡଲାଇନ୍ସ ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

  • Q6 
    ଅମଳ ଦାବିର ଆକଳନ କିପରି କରାଯାଏ?

    ଅମଳ କ୍ଷତି ଦାବିଗୁଡିକ ସୂତ୍ର ଉପରେ ଆଧାର କରି ଗଣନା କରାଯିବ, [(ଥ୍ରେସହୋଲ୍ଡ ଅମଳ - ପ୍ରକୃତ ଅମଳ) / ଥ୍ରେସହୋଲ୍ଡ ଅମଳ] X ବୀମିତ ରାଶି ।

  • Q7 
    ଏହି ଯୋଜନା ଅନ୍ତର୍ଗତ ପ୍ରିମିୟମ୍ ହାର କେତେ?

    ଋତୁ ଫସଲ କୃଷକଙ୍କ ଦ୍ଵାରା ଦେୟ ପ୍ରିମିୟମ (ବୀମା ରାଶିର % )
    ଖରିଫ ସମସ୍ତ ଖାଦ୍ୟ ଶସ୍ୟ ଏବଂ ତୈଳ ବୀଜ ଫସଲ SI ର 2.0 % କିମ୍ବା ବୀମାଙ୍କିତ (ଆକଚୁରିୟାଲ) ଦର, ଯେଉଁଟି କମ ହେବ
    ରବି ସମସ୍ତ ଖାଦ୍ୟ ଶସ୍ୟ ଏବଂ ତୈଳ ବୀଜ ଫସଲ SI ର 1.5 % କିମ୍ବା ବୀମାଙ୍କିତ (ଆକଚୁରିୟାଲ) ଦର, ଯେଉଁଟି କମ ହେବ
    ଖରିଫ ଏବଂ ରବି ବାର୍ଷିକ ଭାବରେ ବାଣିଜ୍ୟିକ/ଉଦ୍ୟାନ-କୃଷି ଫସଲ SI ର 1.5 % କିମ୍ବା ବୀମାଙ୍କିତ(ଆକଚୁରିୟାଲ) ଦର, ଯେଉଁଟି କମ ହେବ

  • Q8 
    କୃଷକମାନଙ୍କ ପାଇଁ ପ୍ରତିରୋଧିତ ବିହନ ବୁଣିବା ଦାବି କିପରି ଭାବେ ପ୍ରଯୁଜ୍ୟ?

    ରାଜ୍ୟ ସରକାରଙ୍କ ଦ୍ଵାରା ରୋକା ଯାଇଥିବା ବିହନ ବୁଣିବା / ବୃକ୍ଷ ରୋପଣର ସ୍ଥିତିକୁ ଆଖିରେ ରଖି ଏକ ଅଧିସୂଚିତ ବୀମା ୟୁନିଟ ଘୋଷଣା କରାଯିବ ।
    ପାଣିପାଗ ତଥ୍ୟ, ଉପଗ୍ରହ ଚିତ୍ର ଏବଂ ଫସଲର ସ୍ଥିତି ଏବଂ ବୁଣାଯାଇଥିବା କ୍ଷେତ୍ରର ତଥ୍ୟ ଇତ୍ୟାଦି ଉପରେ ରିପୋର୍ଟଗୁଡିକ, ପ୍ରକ୍ସି ସୂଚକ ଭାବରେ ବ୍ୟବହୃତ ହେବ ।
    ଏହି କଭର ଅନ୍ତର୍ଗତ ପ୍ରଦତ୍ତ ଦାବି ବୀମା ରାଶିର 25% ହେବ ଏବଂ ତା ପରେ ଏହି ବୀମା କଭର ସମାପ୍ତ ହୋଇଯିବ ।

  • Q9 
    ଏହି ଯୋଜନା ଅନ୍ତର୍ଗତ ସମସ୍ତ ଫସଲ କଭର ଅଛି କି?

    ଏହି ଯୋଜନା ଅଧୀନରେ କେବଳ ସୂଚିତ ଫସଲଗୁଡିକ ଅନ୍ତର୍ଭୁକ୍ତ ହେବ ।

  • Q10 
    ପିଏମଏଫବିୱାଇ ଅଧୀନରେ କେଉଁ କୃଷକଙ୍କୁ କଭର କରାଯିବ?

    ସୂଚିତ ଅଞ୍ଚଳରେ ସୂଚିତ ଫସଲ ବଢାଉଥିବା ଭାଗଚାଷ କରୁଥିବା ଏବଂ ଭଡ଼ାଟିଆ କୃଷକଙ୍କ ସମେତ ସମସ୍ତ କୃଷକ କଭରେଜ ପାଇବାର ଯୋଗ୍ୟ ଅଟନ୍ତି । ସୂଚିତ / ବୀମାଭୁକ୍ତ ଫସଲ ପାଇଁ କୃଷକମାନଙ୍କର ବୀମାଯୋଗ୍ୟ ଆଗ୍ରହ ରହିବା ଆବଶ୍ୟକ ।

  • Q11 
    ପିଏମଏଫବିୱାଇ ରେ ନାମାଙ୍କନ ପାଇଁ କୌଣସି ସମୟସୀମା ଅଛି କି?

    ନାମାଙ୍କନ ପାଇଁ ପିଏମଏଫବିୱାଇ ଅଧୀନରେ କଟଅଫ୍ ତାରିଖ କଡାକଡି ଭାବରେ ପାଳନ କରାଯାଏ । କେବଳ କଟଅଫ୍ ତାରିଖ ପୂର୍ବରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକୁ ହିଁ ଯୋଜନା ଅନୁଯାୟୀ କଭର କରାଯାଇଥାଏ ।

  • Q12 
    ଏକକ କୃଷକଙ୍କ ପାଇଁ ରାଶି ବୀମାରାଶି କେତେ ଅଟେ ?

    ବୀମା ରାଶି = ସୂଚିତ ଫସଲ ପାଇଁ ଅର୍ଥର ମାତ୍ରା x ବୀମା ପାଇଁ କ୍ଷେ ପ୍ରସ୍ତାବିତ ସୂଚିତ ଫସଲର କ୍ଷେତ୍ର ।

  • Q13 
    ଋଣୀ ଚାଷୀଙ୍କ ଠାରୁ ପ୍ରସ୍ତାବ ଏବଂ ପ୍ରିମିୟମର ସଂଗ୍ରହ ପ୍ରକ୍ରିୟା କ’ଣ?

    କୃଷକମାନେ ସବିଶେଷ ତଥ୍ୟ ସଂପୃକ୍ତ ବ୍ୟାଙ୍କରେ ଦାଖଲ କରିବା ଆବଶ୍ୟକ । ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ କଟଅଫ୍ ତାରିଖ ପୂର୍ବରୁ କୃଷକଙ୍କ ଖାତାରୁ ପ୍ରିମିୟମ ଅଟୋ ଡେବିଟ୍ ହେବ ।

  • Q14 
    ଅଣ-ଋଣୀ ଚାଷୀଙ୍କ ଠାରୁ ପ୍ରସ୍ତାବ ଏବଂ ପ୍ରିମିୟମର ସଂଗ୍ରହ ପ୍ରକ୍ରିୟା କ’ଣ?

    ଅଣ-ଋଣୀ କୃଷକମାନେ ନାମାଙ୍କନ ପାଇଁ ଯେ କୌଣସି ବ୍ୟାଙ୍କ, ସିଏସସି କିମ୍ବା ପିଏମଏଫବିୱାଇ ୱେବସାଇଟକୁ ଯାଇପାରିବେ | ସେମାନଙ୍କୁ ରାଜ୍ୟରେ ପ୍ରଚଳିତ ଜମି ରେକର୍ଡର ପ୍ରମାଣ (ରେକର୍ଡସ୍ ଅଫ୍ ରାଇଟ୍ (RoR), ଜମି ଅଧିକାର ପ୍ରମାଣପତ୍ର (LPC) ଇତ୍ୟାଦି) ଆବଶ୍ୟକୀୟ ଦସ୍ତାବିଜ ଏବଂ / କିମ୍ବା ପ୍ରଯୁଜ୍ୟ ଚୁକ୍ତିନାମା / ଚୁକ୍ତିନାମା ବିବରଣୀ / ସଂପୃକ୍ତ ରାଜ୍ୟ ସରକାର ଦ୍ଵାରା ସୂଚିତ / ଅନୁମତି ପ୍ରାପ୍ତ ଅନ୍ୟାନ୍ୟ ଦଲିଲ ପ୍ରସ୍ତୁତ କରିବା ଆବଶ୍ୟକ ।

  • Number of Visitors

    8110404
    Total Visitors